ବାରିପଦା : ବାରିପଦା ପିଆରଏମ ମେଡିକାଲ କଲେଜରୁ ନବଜାତ ଚୋରି ଅଭିଯୋଗ । ସ୍ତ୍ରୀ ଓ ପ୍ରସୂତୀ ୱାର୍ଡରୁ ୩ ଦିନର ଶିଶୁପୁତ୍ର ଚୋରି ଅଭିଯୋଗ । ଟୀକା ଦେବା ନାଁରେ କିଛି ବ୍ୟକ୍ତି ଶିଶୁକୁ ନେଇ ଆଉ ଫେରି ନ ଥିଲେ । ଟାଉନ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସର ତଦନ୍ତ । ବାରିପଦା ସଦର ରାଣୀଭୋଳ ଗାଁର ଧାନାଇଁ ହାଁସଦାଙ୍କ ପତ୍ନୀ ଫୁଲମଣୀ ସୋରେନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଗତକାଲି ରାତିରୁ ଜଣେ ମହିଳା ଆସି କଥା ହେବା ସହ ସମ୍ପର୍କ ବଢାଇଥିଲେ । ଆଜି ସକାଳୁ ମହିଳା ଜଣକ କୌଶକ୍ରମେ ଛୁଆକୁ ନେଇ ଉଭାନ ହୋଇଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ଛୁଆକୁ ନପାଇବାରୁ ଥାନାରେ ଅଭିଯୋଗ କରିଛନ୍ତି ଦମ୍ପତି ଓ ଆଶା ଦିଦି । ଅଭିଯୋଗ ପରେ ତଦନ୍ତ କରୁଛି ବାରିପଦା ଟାଉନ ଥାନା ପୋଲିସ ।
Views: 28