ଧର୍ମଶାଳା : ଧର୍ମଶାଳା ନର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକ ବାରବାଟି ଓ ଧର୍ମଶାଳା ବ୍ଲକ ଗଡମଧୁପୁର ଠାରେ ପରିବର୍ତ୍ତନ ସମାବେଶ ନାରେ ରାଜନୈତିକ ସଭା ଆୟୋଜିତ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଗଡ଼ମଧୁପୁର ଅଷ୍ଟଶମ୍ଭୁ ମନ୍ଦିର ପ୍ରାଙ୍ଗଣରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷ ରୁ ପରିବର୍ତ୍ତନ ସମାବେଶ ଅନୁଷ୍ଠତ ହୋଇଥିଲା। ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଆଜିକୁ ୨୮ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ପରିବାର ଶାସନ କରୁଛି। ବିକାଶ ଶିଥିଳ ହୋଇଯାଇଛି, ବଂଶବାଦ ଶାସନରେ ପେଶି ହୋଇଯାଇଛି ଧର୍ମଶାଳା । ଗରିବ ଲୋକଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ କେବଳ କିଛି ନିର୍ଦ୍ଧିଷ୍ଟ ଶ୍ରେଣୀର ଲୋକ ବିତ୍ତଶାଳୀ ହୋଇଛନ୍ତି। ଆଗାମୀ ଦିନରେ କିପରି ଧର୍ମଶାଳାରେ ବିକାଶ ହୋଇ ପାରିବ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଯୁବ ସଙ୍ଗଠକ ଶ୍ରୀବତ୍ସଧୀର ଏଥିରେ ସଭାପତିତ୍ବ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଗଡମଧୁପୁର ପଞ୍ଚାୟତରେ ଶତାଧିକ ଯୁବକ,ମହିଳା ଓ ବରିଷ୍ଠ ନାଗରିକ ଏକାଠି ହୋଇଥିବାରୁ ସମସ୍ତ ଜନସାଧାରଣଙ୍କୁ ଟ୍ରଷ୍ଟ ପକ୍ଷରୁ ରାଜେଶ ପାଲ ଧନ୍ୟବାଦ୍ ଦେଇଥିଲେ।
ବାରବାଟି ଓ ଗଡମଧୁପୁରରେ ପରିବର୍ତ୍ତନ ସମାବେଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











