The Ultimate Managed Hosting Platform
ADVERTISEMENT

ବାବୁସାନ ଫେରିବା ପରେ ମାଆ ଅପରାଜିତାଙ୍କ ପ୍ରତିକ୍ରିୟା

Facebook
Twitter
LinkedIn

ଦୀର୍ଘଦିନର ଲୁଚାଛପା ପରେ ଓଡ଼ିଶା ଫେରିଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି । ସକାଳ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ତେବେ ପୂର୍ବରୁ ଜଗି ରହିଥିବା ଗଣମାଧ୍ୟମକୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ପରେ ସେ ସିଧାସଳଖ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଯାଇଥିଲେ । ଘରେ ପହଞ୍ଚିବା ପରେ ବି ସେଠାରେ କୌଣସି କଥା କହିନଥିଲେ ।

ଓଲଟା କହିଥିଲେ ଯେ, ମୋ ବାପାଙ୍କ ଦେହ ଭଲନାହିଁ । ମୁ ପରେ ଗଣମାଧ୍ୟମ ଆଗରେ ସବୁ ପ୍ରତିକ୍ରିୟା ରହିବି । କିଛି ସମୟ ପରେ ତାଙ୍କସମ୍ପର୍କୀମାନେ କହିଥିଲେ ଯେ, ବାବୁ ଦଉଦିନ ହେବ ରାତି ଅନିଦ୍ରା ଅଛି ସେ ଉଠିଲେ ସମସ୍ତଙ୍କୁ ସାକ୍ଷାତ କରିବ । ତେବେ ଏହା ସବୁ ପରେ ଗଣମାଧ୍ୟମ ଆଗରେ ସିଧାସଳକ ମୁହଁ ନଖୋଲି ଭିଡିଓ ସେୟାର କରି ପ୍ରତିକ୍ରିୟା ରଖଛନ୍ତି ମାଆ ଅପରାଜିତା ମହାନ୍ତି ।

ସେ କହିଛନ୍ତି ଆପଣମାନଙ୍କ ଦୟାରୁ ମୋ ପୁଅ ଫେରିଆସିଛି । ମୁଁ ଆପଣମାନଙ୍କ ପରିସ୍ଥିତି ବୁଝୁଛି କିନ୍ତୁ ଆପଣାମାନେ ମଧ୍ୟ ଆମ ବିଷୟରେ ଚିନ୍ତା କରିବା କଥା । କାରଣ ଆମେ ବି ସାଧରଣ ମଣିଷ । ଆମକୁ ଦୁଇ ତିନିଦିନ ସମୟ ଦିଅ, ଏହାପରେ ଆପଣମାନଙ୍କୁ ଡାକି ସବୁକିଛି ସ୍ପଷ୍ଟ କରିବୁ । ଏମିତି ବାବୁସାନ ନିଜେ ପ୍ରତିକ୍ରିୟା ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ଅପରାଜିତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login