ପୁରୀ : ବାବାଙ୍କୁ ମାରିଦେଲେ ବାବା । ପୁରୀ ବାସେଳି ସାହି ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ । ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଲେ ଆଉ ଜଣେ ବାବା । ଆକ୍ରମଣରେ ଜଣେ ଗୁରୁତର ।
ଖବର ଅନୁଯାୟୀ ଗତି କିଛି ଦିନ ଧରି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା । କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା । କାଠ ଫାଳିଆରେ ବିଷ୍ଣୁ ବାବା ଆକ୍ରମଣ କରି ଅର୍ଜୁନ ଦାସଙ୍କୁ ହତ୍ୟା କରିଥିଲେ । ସେହିପରି ଅନ୍ୟ ଜଣେ ବାବାଙ୍କୁ ଗୁରୁତର ଆକ୍ରମଣ କରିଥିଲେ । ଗୁରୁତର ଆହତ ବାବା ହେଉଛନ୍ତି ଦୟାନିଧି ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି। ବାସେଳିସାହି ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ସୂଚନା ମୁତାବକ ବାବା ମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା ।
Views: 99