The Ultimate Managed Hosting Platform
ADVERTISEMENT

ବାପା ହେଲେ ଶୈଳେନ୍ଦ୍ର

Facebook
Twitter
LinkedIn


ବାପା ରାତିର ଏମିତି ଏକ ରଙ୍ଗୀନ ସ୍ୱପ୍ନ,ଯାହା ପାଇଁ ଶାନ୍ତି ଭରା ନିଦ୍ରାରେ କୈାଣସି ବିଘ୍ନ ହୁଏ ନାହିଁ । ବାପା ହେବା ଏକ ଖୁସିର କଥା । ଯଦି ଘରେ ପୁଅ କି ଝିଅ ହୁଏ ବାପା ଖୁସିରେ ଆତ୍ମବିଭୋର ହୋଇଥାନ୍ତି । କେବେ ଶୁଣିଛନ୍ତି କି ଘରକୁ ନୂଆ ଅତିଥି ଆସିଲେ ବାପା ଦୁଃଖ ହେବା କଥା! ବୋଧହୁଏ କେବେ ଶୁଣି ନଥିବେ । କିନ୍ତୁ ଏମିତି କିଛି ରିଇଲ୍ ଲାଇଫରେ ଦେଖିବାକୁ ମିଳିଛି ‘ତରଙ୍ଗ ସିନେ ପ୍ରଡକ୍ସନ’ ପାଇଁ ‘ମନୋଜ ମିଶ୍ର ଫିଲ୍ମସ୍‌’ ଦ୍ୱାରା ନିର୍ମିତ ହୋଇଛି ‘ହାଏ କୃଷ୍ଣ’ । ହାଏ କୃଷ୍ଣ ଚ୍ଚଳଚିତ୍ରରେ ନାୟକ ଜିତ୍‌ଙ୍କ ଜୀବନରେ ଜନ୍ମାଷ୍ଟମୀ ଦିନ ଜଣେ କୁନି ଅତିଥି ଆସିଛନ୍ତି । ଯାହାଙ୍କ ନାଁ କୃଷ୍ଣ । କେତେବେଳେ କୃଷ୍ଣର ହସ ଜିତ୍‌ଙ୍କୁ କନ୍ଦେଇଛି ତ ପୁଣି କେତେବେଳେ ଜିତ୍‌ଙ୍କ କାନ୍ଦ କୃଷ୍ଣଙ୍କୁ ବହୁତ ହସେଇଛି ।


ସେହିପରି ଟିଭି ସିରିୟଲ୍‌ର ଆଗ ଧାଡିର ନାୟିକା ଜସ୍ମିନ୍ ମା’ ଭୂମିକାରେ ଥିବାବେଳେ ବାପା ଭାବେ ଡାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ରଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଏମିତି କିଛି ଦେଖାଦେଇଛି ରିଇଲ୍ ଲାଇଫରେ ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ମିଶ୍ର,ସୁକାନ୍ତ ରଥ,ମାମୁନି ବାରିକ,ଶ୍ୱେତା ଆଚ୍ଚାର୍ଯ୍ୟ,ଶୁଭ୍ରାଶୁଂ,ରାକ୍ଷୀ,ଆକାଶ,ବାପି ଆଦିଙ୍କୁ ଦେଖିବାକୁ ମିଳିବ । ଏହା ସଂଳାପ ପ୍ରଣବ ରଥ ଲେଖିଥିବା ବେଳେ ହାପି ଚନ୍ଦନଙ୍କ ନିର୍ଦ୍ଦେଶନାରେ ଏହା ପ୍ରସ୍ତୁତି ହୋଇଛି । ତେବେ ଜନ୍ମାଷ୍ଟମୀ ରାତିରେ ଗୋଟେ ଦୁଷ୍ଟ କୁଆଁରା ବାପର ଜୀବନରେ ଧସେଇ ପଶିଆସିଥିବା ‘କୃଷ୍ଣ’ କିପରି ଅନୁଭବ କରେଇ ପାରୁଛି ଏକ ବାପ-ପୁଅର ସଂପର୍କକୁ ତାହାହିଁ ଫିଲ୍ମର ମୂଳ କାହାଣୀ ।


ଏହି ଫିଲ୍ମର ଗୀତଗୁଡିକୁ ବୁନି-ଗୈାରବ ସଜେଇ ଥିବାବେଳେ ପପୁ ପମ୍‌୍‌ପମ୍‌,ଶାନ୍ତନୁ,କୁଳଦୀପ ପଟ୍ଟନାୟକ,ଅର୍ପିତା ଚୈାଧୁରୀ ଓ ଗୈାରବ ଆନନ୍ଦ ଗାଇଛନ୍ତି । ଆସନ୍ତା ଜନ୍ମାଷ୍ଟମୀ ଅବସରରେ ଅଗଷ୍ଟ ୧୪ ରେ ଏହି ଫିଲ୍ମ ରବିବାର ସଂଧ୍ୟା ୬ଟାରେ ‘ଅଳଙ୍କାର ଟିଭି’ରେ ୱାର୍ଲ୍ଡ ପ୍ରମିୟମ ହେବ । ଏଥିରେ ସେ ଏକ ଗାଁ କୁ ଚିତ୍ରଣ କରିଥିବା ବେଳେ ‘ହାଏ କୃଷ୍ଣ’ରେ ସେ ଏକ ସହରୀ ପିଲାର ଚରିତ୍ରକୁ ଚିତ୍ରଣ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login