The Ultimate Managed Hosting Platform
ADVERTISEMENT

ବାତ୍ୟା ସୂଚନା ଦେଇନୁ-ଆଇଏମଡି ଡିଜି

Facebook
Twitter
LinkedIn

ଭୁବନେଶ୍ୱର : ବାତ୍ୟା ଚର୍ଚ୍ଚା ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ମନ୍ତବ୍ୟ । ବାତ୍ୟା ନେଇ ଆମେ ଏଯାଏ କୈାଣସି ସୂଚନା ଦେଇନୁ କହିଲେ ଡିଜି୍ । ଏଯାବତ ଅନୁଧ୍ୟାନ ଅନୁସାରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ସେପ୍ଟେମ୍ବର ଶେଷ ସପ୍ତାହ ଆଡକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବ । ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହାର ପ୍ରକୃତ ରୂପରେଖ କଣ ହେବ ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ । ବାତ୍ୟା ହେବ ବୋଲି ଆମେ ପୂର୍ବାନୁମାନ ଦେଇନୁ । ଏଯାବତ କୈାଣସି ବାତ୍ୟା ସୂଚନା ଦେଇନୁ ବୋଲି ସ୍ପଷ୍ଟ କଲେ ଡିଜି । ଗୁଜବ ଉପରେ ବିଶ୍ୱାସ ନ କରିବାକୁ କହିଲେ ଆଇଏମଡି ଡିଜି । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଉପରେ ନଜର ରଖିବାକୁ କହିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login