ଚେନ୍ନାଇ : ବାଣ କାରଖାନାରେ କାମ ଚାଲିଥିବା ବେଳେ ବିସ୍ଫୋରଣ । ତାମିଲନାଡୁ ବିରୁଧନଗର ଜିଲ୍ଲାରେ ବାଣ କାରଖାନାରେ ବିସ୍ଫୋରଣ । ଜଳିଯାଇ ୬ ଜଣ ଶ୍ରମିକଙ୍କ ଚାଲିଗଲା ଜୀବନ । ବିସ୍ଫୋରଣ ରାସାୟନିକ ମିଶ୍ରଣ ପ୍ରକ୍ରିୟା ଯୋଗୁଁ ବିସ୍ଫୋରଣ ଘଟିଥିବା କୁହାଯାଉଛି । ବିସ୍ଫୋରଣରେ ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଏହି କାରଖାନାରେ ୩୫ରୁ ଅଧିକ କୋଠରୀରେ ୮୦ରୁ ଅଧିକ ଶ୍ରମିକ କାମ କରୁଥିଲେ । ଆପାନାୟାକାନପାଟୀ ପଞ୍ଚାୟତର ବୋମ୍ଵାୟପୁରମ୍ ଗାଁରେ ଏହି ବାଣ କାରଖାନା ରହିଥିବା ବେଳେ ବାଲାଜି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । ମୃତକମାନେ ହେଲେ ଭେଲମୁରୁଗାନ୍, ନାଗରାଜ, କନ୍ନନ୍, କାମରାଜ, ଶିବକୁମାର ଏବଂ ମୀନାକ୍ଷୀ ସୁନ୍ଦରମ୍ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବିରୁଧୁନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାଣ କାରଖାନାରେ କାମ ଚାଲିଥିବା ବେଳେ ବିସ୍ଫୋରଣ

Facebook
Twitter
LinkedIn
Facebook
Twitter
LinkedIn
Recent News
୫ ହଜାର ବୋତଲ କଫ୍ ସିରପ ଜବତ
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...