ପଟ୍ଟାମୁଣ୍ଡାଇ : ବାଡି ପୋଖରୀରୁ ୬ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର । ରାଜନଗର ବ୍ଲକ ୟେଣ୍ଡୁଳିପୁର ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର । ଉଦ୍ଧାର ମାଇ କୁମ୍ଭୀରର ଲମ୍ବ ୬ ଫୁଟ ୩ ଇଞ୍ଚ ହୋଇଥିବା ସୂଚନା । ଗାଁର ଦିବାକର ସେଠୀଙ୍କ ପୋଖରୀରେ ପଶିଥିଲା କୁମ୍ଭୀର । ଏନେଇ ରାଜନଗର ବନବିଭାଗକୁ ଖବର ଦେଇଥିଲେ ଦିବାକର । ଘଟଣାସ୍ଥଳରେ ବନବିଭାଗର କୁମ୍ଭୀର ଉଦ୍ଧାରକାରୀ ଦଳ ପହଞ୍ଚି ଜାଲ ସାହାଯ୍ୟରେ ବଉଳା କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି । ପରେ କୁମ୍ଭୀରଟିକୁ ଗୁପ୍ତି ହାବଳ କ୍ରିକି ନିକଟରେ ଛାଡ଼ି ଦିଆଯାଇଛି । ଜୁଆର ସମୟରେ କୁମ୍ଭୀର ଉଠି ଆସି ବିଭିନ୍ନ ପୋଖରୀରେ ପଶି ଯାଉଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ ।
Views: 51