ବାଙ୍ଗାଲୋର : ବାଙ୍ଗାଲୋରରେ ବିସ୍ଫୋରଣ । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ । ବାଙ୍ଗାଲୋର ସ୍ଥିତ ରାମେଶ୍ୱରମ କାଫେରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୫ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ , ରାମେଶ୍ୱର କାଫେରେ ଆଜି ୧ଟା ସମୟରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଅଞ୍ଚଳକୁ ସିଲ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଉଥିବା ବେଳେ ଏହି ଘଟଣା ପଛରେ କାହାର ହାତ ଅଛି ତାହା ଜଣା ପଡିନାହିଁ ।
Views: 93











