ବାଙ୍କୀ : ତାଲା ଭାଙ୍ଗି ୫ ଜଣଙ୍କ ଘରୁ ସିରିଜ ଚୋରି । ବୈଦେଶ୍ୱର ଗାଁରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ । ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସର ଛାନଭିନ । ର୍ବୃତ୍ତମାନେ ଘରେ ଥିବା ଆଲମାରୀ ଓ ଟ୍ରଙ୍କ ଭାଙ୍ଗି ନଗଦ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା ଅଳଙ୍କାର ଲୁଟି ନେଇଛନ୍ତି । ଢୁ ଢୁ ବର୍ଷା ହେଉଥିବାରୁ ଗାଁରେ କେହି ଚୋରି ବିଷୟରେ ଜାଣିପାରିନଥିଲେ । ଏକକାଳୀନ ଗୋଟିଏ ରାତିରେ ପାଞ୍ଚ ଜଣଙ୍କ ଘରୁ ଲୁଟ ହୋଇଥିବରୁ ଗାଁରେ ବର୍ତ୍ତମାନ ଆତଙ୍କ ଖେଳିଯାଇଛି । ଏହି ଘଟଣା ବର୍ତ୍ତମାନ ବୈଦେଶ୍ୱର ଗ୍ରାମର ସମସ୍ତଙ୍କୁ ଆତଙ୍କିତ କରିଥିବା ବେଳେ ବୈଦେଶ୍ୱର ଥାନାରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ଯଥାଶୀଘ୍ର ଘଟଣାରେ ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।
Views: 90











