ନୂଆଦିଲ୍ଲୀ : ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ନେଲେନି ସ୍ୱାମୀ, ସେଥିପାଇଁ ସୁଇସାଇଡ କଲେ ମହିଳା । ଘଟଣାଟି ମଧ୍ୟପ୍ରଦେଶର ଅଧାରତାଲ ଥାନା କଞ୍ଚନପୁର ଅଞ୍ଚଳରେ ଘଟିଛି । ପଲ୍ଲବୀ ଚୌଧୁରୀ ନାମକ ଜଣେ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ଆତ୍ମହତ୍ୟା କରିବା ପରେ ସଂପୂର୍ଣ୍ଣ ପରିବାର ଦୁଃଖରେ ଭାଙ୍ଗିପଡିଛି । ସୂଚନା ମୁତାବକ, ମଧ୍ୟପ୍ରଦେଶର ଅଧାରତାଲ ଥାନା କଞ୍ଚନପୁର ଅଞ୍ଚଳରେ ସନ୍ଦୀପ ଚୌଧୁରୀ ଏବଂ ପତ୍ନୀ ପଲ୍ଲବୀ ଚୌଧୁରୀ ଦୁଇ ପିଲା ଏବଂ ମାଙ୍କ ସହିତ ରହୁଥିଲେ । ବୃଦ୍ଧା ମା’ର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ସନ୍ଦୀପଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ନଥିଲା । ଦୁଇ ପିଲାଙ୍କୁ ପାଠ ପଢା ଠାରୁ ଆରମ୍ଭ କରି ଘର ଖର୍ଚ୍ଚ ଏବଂ ମା’ର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ୍ ଚିନ୍ତାରେ ଥିଲେ ସନ୍ଦୀପ । ତେବେ ସନ୍ଦୀପଙ୍କ ପତ୍ନୀ ପଲ୍ଲବୀ ସବୁଦିନ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ପ୍ରବଚନ ଶୁଣନ୍ତି । ଆଉ ଘରର ସମସ୍ୟା ସାମାଧାନ କରିବା ପାଇଁ ଯାହା ଉପଦେଶ ଦିଅନ୍ତି, ସେ ତାକୁ ପାଳନ ମଧ୍ୟ କରନ୍ତି । ତେବେ ୨୭ ମାର୍ଚ୍ଚରେ ପଲ୍ଲବୀ ବାଗେଶ୍ୱର ଧାମର ମହନ୍ତଙ୍କ କାର୍ୟ୍ୟକ୍ରମକୁ ଯିବାକୁ ଜିଦି ଧରିଥିଲେ । ସନ୍ଦୀପଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ ତାଙ୍କୁ ହସପିଟାଲ ନେଇ ଯାଇଥିଲେ । ଆଉ ଡାକ୍ତର ଆସିନଥିବାରୁ ହସପିଟାଲରେ ଟିକେ ବିଳମ୍ବ ହୋଇଯାଇଥିଲା । ସେପଟେ ଘରେ ପ୍ରବଚନ ପାଇଁ ଯିବାକୁ ଅପେକ୍ଷା କରିଥିବା ପଲ୍ଲବୀ ରାଗରେ ଆତ୍ମହତ୍ୟା କରିଦେଇଥିଲେ । ଡାକ୍ତରଖାନାରୁ ଫେରି ସନ୍ଦୀପ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଘଟଣା ପରେ ପଡୋଶୀ ତୁରନ୍ତ କବାଟ ଭାଙ୍ଗିଥିଲେ । ତା’ ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ କରୁଛି ।
ବାଗେଶ୍ୱର ଧାମକୁ ପ୍ରବଚନ ଶୁଣିବାକୁ ନେଲେନି ସ୍ୱାମୀ, ଜୀବନ ହାରିଲା ସ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











