ଭୁବନେଶ୍ୱର : ଆଉ ୮ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ତେଲକୋଇ ସହିତ କେନ୍ଦ୍ରାପଡା, ଖୋର୍ଦ୍ଦା, ସାଲେପୁର ଆଦି ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ହିନ୍ଦୋଳ, ଚମ୍ପୁଆ, ବସ୍ତା, ବାସୁଦେବପୁର ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି । ତେବେ ଦୀର୍ଘ ଦିନର ଚର୍ଚ୍ଚା ଆଲୋଚନା, ଛକାପଞ୍ଝା ପରେ ଖୋର୍ଦ୍ଧାରେ କାର୍ଡ ଖୋଲିଛି ଦଳ । କାଳୁ ଖଣ୍ଡାୟତରାୟଙ୍କ ଟିକେଟ୍ କାଟି ଏହି ଆସନରୁ ଆମଦାନୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ଟିକେଟ୍ ଦେଇଛି । ସେହିପରି ସାଲେପୁର ଆସନରେ ଓଲିଉଡ୍ ଅଭିନେତା ତଥା ନିକଟରେ ବିଜେଡି ଛାଡିଥିବା ଅରିନ୍ଦମ ରାୟଙ୍କୁ ଦଳ ଟିକେଟ୍ ଦେଇଛି । ଏହାସହିତ ହିନ୍ଦୋଳରେ ମଧ୍ୟ ପୂର୍ବତନ ବିଧାୟିକା ସୀମାରାଣୀ ନାୟକଙ୍କୁ ଦଳ ଟିକେଟ୍ ଦେଇଛି ।
Views: 11