ନୂଆଦିଲ୍ଲୀ : ଆମେରିକାର ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ । ଆଜି ହ୍ୱାଇଟ ହାଉସରେ ରାତ୍ରି ଭୋଜନ କରିବେ ପ୍ରଧାନମନ୍ତ୍ରୀ । ବାଇଡେନଙ୍କ ପତ୍ନୀଙ୍କୁ ଏକ ସବୁଜ ହୀରା ଉପହାର ଦେଇଛନ୍ତି ମୋଦି । ଏକ କାରୁକାର୍ଯ୍ୟ ଖଚିତ ଚନ୍ଦନକାଠର ବାକ୍ସ ମଧ୍ୟ ଦେଇଛନ୍ତି ମୋଦି । ଚନ୍ଦନ କାଠ ବାକ୍ସରେ ରହିଛି ଏକ ଗଣେଷ ମୂର୍ତ୍ତି ଓ ରୂପାର ଦୀପ ।
ହ୍ଵାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ଵାଇଟ ହାଉସରେ ପହଞ୍ଚିବା ପରେ ମୋଦିଙ୍କୁ ଜୋରଦାର ସ୍ୱାଗତ । ସ୍ୱାଗତ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଆଜି ଦ୍ୱିତୀୟ ଦିନ ।
Views: 72