କାମାକ୍ଷାନଗର : ବାଇକ ଉପରେ ଚଢିଗଲା ଟ୍ରକ । ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥ କୁଲେଇ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ବାଇକରେ ଥିବା ୩ ଜଣ ଆରୋହୀଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ପିତିରି ପଟୁ ଏକ ଟ୍ରକ ରାଉରକେଲା ଯାଉଥିବା ବେଳେ କୁଲେଇ ଛକ ନିକଟରେ ବାଇକ ଉପରେ ଚଢ଼ିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକଟି ବାଇକ କୁ ପ୍ରାୟ ୧୦୦ ମିଟର ରୁ ଅଧିକ ବାଟ ଘୋଷାଡ଼ି ନେଇଥିଲା । ଦୁର୍ଘଟଣା ଘଟାଇ ଟ୍ରକଟି ସେଠାରୁ ଫେରାର ହୋଇଯାଇଥିବା ବେଳେ ତିନି ମୃତକଙ୍କ ପରିଚୟ ଜଣାପଡ଼ିନି । ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 45











