ଯାଜପୁର : ବାଇକ ଉପରେ ଚଢ଼ିଗଲା ହାଇୱା । ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନ ଅନ୍ତର୍ଗତ ଡୁବୁରୀ-ଚଣ୍ଡିଖୋଲ ରାସ୍ତାର ବଙ୍ଗଳା ଛକରେ ଆଜି ସକାଳ ସମୟରେ ହାଇୱା ଗାଡି ନଂ OD34A4582 ଯାଉଥିବା ବେଳେ ହଠାତ ଏକ ବାଇକ ଉପରେ ଚଢ଼ିଯାଇଥିଲା ।ସୂଚନା ମୁତାବକ ଜଖପୁରା ଥାନ ଅନ୍ତର୍ଗତ ପଙ୍କପାଳ ଗ୍ରାମର ଗୋବିନ୍ଦ ରାଉତ କୌଣସି କାର୍ୟ୍ୟରେ ଏକ ହିରୋ ସ୍ପେଣ୍ଡର ବାଇକ ଯୋଗେ ଯାଉଥିବା ସମୟରେ ବଙ୍ଗଳା ଛକ ନିକଟରେ ଦୁର୍ଘଟଣା ଘଟିଥିଲା।ସ୍ଥାନୀୟ ଲୋକ ଦେଖି ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକ ସହଯୋଗରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଥିଲେ। ଏପଟେ କଳିଙ୍ଗ ନଗର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି।
Views: 72