The Ultimate Managed Hosting Platform
ADVERTISEMENT

ବାଇକ୍ ଆରୋହୀଙ୍କୁ ଚାପିଦେଲା ଟ୍ରକ୍, ୨ ଯୁବକ ମୃତ

Facebook
Twitter
LinkedIn

ଓଡ଼ାପଡ଼ା: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅଧୀନ କଣ୍ଟାବଣିଆ ଥାନା ଠାରୁ ଦୁଇ ଶହ ମିଟର ଦୂରରେ ବାଇକ୍ ଆରୋହୀ ଦୁଇ ଯୁବକଙ୍କୁ ଟ୍ରକ୍ ଧକ୍କା ଦେଇଛି। ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଆଶିଷ ରଂଜନ ସାମଲ (୨୪) ଓ ଚିତ୍ତରଂଜନ ସାହୁ (୨୫)। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିନ ନୂଆହତା ଗାଁର ଆଶିଷ ସାମଲ ଓ ଚଉରିଡିହ ଗାଁର ଚିତ୍ତରଜଂନ ସାହୁ ଆଜି ଅପରାହ୍ଣ ସମୟରେ ଜିଏମ୍ଆର ପାର୍ଶ୍ବରୁ ନୂଆହତା ଅଭିମୁଖେ ଏକ ବାଇକ୍ରେ ଆସୁଥିଲେ। କଣ୍ଟାବଣିଆ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ସେମାନଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହ ଜବତ କରିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login