ନୂଆଦିଲ୍ଲୀ : ବାଂଲାଦେଶ ସଚିବାଳୟରେ ଭୟାବହ ଅଗ୍ନିକାଣ୍ଡ । ରାଜଧାନୀ ଢାକାରେ ଥିବା ସଚିବାଳୟର ମୁଖ୍ୟ ବିଲ୍ଡିଂରେ ଗୁରୁବାର ଭୀଷଣ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ତିନୋଟି ମନ୍ତ୍ରଣାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି । ଅଧିକାରୀମାନେ ଏହାକୁ ଷଡ଼ଯନ୍ତ୍ର ବୋଲି ଆଶଙ୍କା କରି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି । ସଚିବାଳୟର ୭ ନମ୍ବର ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିଲା ଏବଂ ନିଆଁକୁ କାବୁ କରିବାକୁ ପାଖାପାଖି ୬ ଘଣ୍ଟା ସମୟ ଲାଗିଥିଲା । ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ସକାଳେ ଉଚ୍ଚ ଅଟ୍ଟାଳିକାରେ ଥିବା ମନ୍ତ୍ରଣାଳୟ ଭିତରେ ନିଆଁ ଲାଗିଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ କୌଣସି ଧନଜୀବନ ହାନି ହୋଇନାହିଁ । ନିଆଁ ଲାଗିବା ବିଷୟରେ ଖବର ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ।
Views: 62