ଭଦ୍ରକ : ବାଂଲାଦେଶୀ ସନେ୍ଦହରେ ୧୭ ଜଣ ଅଟକ । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୭ ଜଣ ଅଟକ । ୧୭ ଜଣ ଅଟକ ନେଇ ଭଦ୍ରକ ଏସପିଙ୍କ ସୂଚନା । ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଥିବା କହିଲେ ଏସପି । କଲିକତାର ମୁର୍ଶିଦାବାଦ ଅଞ୍ଚଳର ୧୭ ଜଣ ଲୋକ ଭଦ୍ରକ ଆସୁଥିଲେ। ସେମାନଙ୍କୁ ଭଦ୍ରକର ଟାଉନ ପୁଲିସ ଭଦ୍ରକ ବସଷ୍ଟାଣ୍ଡ ନିକଟରୁ ଠାବ କରିବା ସହ ପଚରାଉଚରା କରିଥିଲା। ସେମାନଙ୍କ ଗତିବିଧି ଓ କଥାବାର୍ତ୍ତାରୁ ପୁଲିସର ସନ୍ଦେହ ହେବାରୁ ପୁଲିସ ସେମାନଙ୍କୁ ଭଦ୍ରକ ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ରାତ୍ରି କାଳୀନ ବିଶ୍ରାମଗାରରେ ଅଟକ ରଖିଛି। ଅଟକ ଥିବା ଏହି ବ୍ୟକ୍ତିମାନଙ୍କର ଆଧାର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରୁଛି ପୁଲିସ। ଯାଞ୍ଚ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି ଏସ ପି ଶ୍ରୀ ରାଉତ କହିଛନ୍ତି।
Views: 41











