ବାଂଲାଦେଶ : ବାଂଲାଦେଶର ଏକ କନସର୍ଟ ଉପରେ ଆକ୍ରମଣ । ବନ୍ଦ ରହିଲା ଲୋକପ୍ରିୟ ବାଂଲାଦେଶୀ ସିଙ୍ଗର ଜେମସଙ୍କ କନସର୍ଟ । ଢାକା ଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଫରିଦପୁରରେ ଘଟିଛି ଘଟଣା । ଶୁକ୍ରବାର ରାତିରେ ଏକ ସ୍କୁଲର ବାର୍ଷିକ କାର୍ୟ୍ୟକ୍ରମ ଅବସରରେ ବାଂଲାଦେଶୀ ସିଙ୍ଗର ଜେମସଙ୍କ କନସର୍ଟ ଚାଲିଥିଲା । ସେତିକିବେଳେ କିଛି ଲୋକ ଷ୍ଟେଜରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । କାର୍ୟ୍ୟକ୍ରମ ବନ୍ଦ କରିବାକୁ କହିଥିଲେ । ଛାତ୍ରମାନେ ତାଙ୍କୁ ବିରୋଧ କରିଥିଲେ। ତା ପରେ ଆରମ୍ଭ ହୋଇଥିଲା ଆକ୍ରମଣ ।କଳାକାରଙ୍କ ଉପରକୁ ଇଟା ପଥର ମାଡ଼ ହୋଇଥିଲା । ଷ୍ଟେଜ୍ ଉପରେ ପଥର ବର୍ଷା କରିଥିଲେ ଦୁର୍ବୃତ୍ତ। ବନ୍ଦ ହୋଇଥିଲା କନସର୍ଟ । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ଜିହାଦୀ ମାନଙ୍କର ଏହି କାଣ୍ଡ ବୋଲି କୁହାଯାଉଛି । ଏଭଳି ହିଂସାକୁ ବିରୋଧ କରିଛନ୍ତି ପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନାସରିନ । ବଲିଉଡ ମୁଭିରେ ଭିଗି ଭିଗି ଓ ଅଲବିଦା ଭଳି ହିଟ୍ ଗୀତ ଗାଇଛନ୍ତି ଜେମ୍ସ ।ବାଂଲାଦେଶୀ ଲେଖିକା ତସଲିମା ନସରିନ ଇନଷ୍ଟାଗ୍ରାମରେ ଘଟଣାର ଏକ ଭିଡିଓ ସେୟାର କରି ଦେଶରେ ଗାୟକ ଏବଂ କଳାକାରଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ।
ବାଂଲାଦେଶର ଗାୟକ ଜେମ୍ସଙ୍କ କନସର୍ଟ ଉପରେ ଆକ୍ରମଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











