ନୂଆଦିଲ୍ଲୀ ; ବାଂଲାଦେଶରେ ପୁଣି ତାତିଲେ ଛାତ୍ର । ସମ୍ବିଧାନ ବଦଳାଇବାକୁ ଦାବି । ୧୯୭୨ର ସମ୍ବିଧାନ ବଦଳାଇ ନୂଆ ସମ୍ବିଧାନ ପ୍ରଣୟନ କରିବାକୁ ଉଠାଇଲେ ସ୍ୱର । ପୁଣି ଥରେ ବାଂଲାଦେଶରେ ବଡ ପ୍ରତିବାଦ ଆଉ ଏହି ପ୍ରତିବାଦର ମଙ୍ଗ ଧରିଛନ୍ତି କଲେଜ ଛାତ୍ରଛାତ୍ରୀ । ସଙ୍ଗଠନର ନାଁ ଦିଆଯାଇଛି ଆଣ୍ଟି ଡିସ୍କ୍ରିମେନସନ ଷ୍ଟୁଡେଣ୍ଟ ମୁଭମେଣ୍ଟ । ସେମାନଙ୍କ ଦାବୀ ହେଉଛି ୧୯୭୨ ସମ୍ବିଧାନକୁ ବଦଳାଯାଉ ଏବଂ ଭାରତ ବିରୋଧରେ କଡା ଆଭିମୁଖ୍ୟ ନିଅନ୍ତୁ ସରକାର । ସାମ୍ବାଦଦିକ ସମ୍ମିଳନୀରେ ସଙ୍ଗଠନର ସଂଯୋଜକ କହିଛନ୍ତି ୩୧ ତାରିଖରେ ଏକ ଘୋଷଣାପତ୍ର ଜାରୀ କରାଯିବ ଆଉ ଏହି ପତ୍ରରେ ଉଲ୍ଲେଖ କରାଯିବ କିପରି ୧୯୭୨ ସମ୍ବିଧାନ ପାଇଁ ଦେଶ ପାଇଁ କ୍ଷତିକାର ରହିଥିଲା ଏବଂ ନୂଆ ସମ୍ବିଧାନ ପାଇଁ ଘୋଷଣାପତ୍ରରେ ଦାବୀ ରହିବ । ବିଏନପି ଏହି ମୁଭମେଣ୍ଟକୁ ସମର୍ଥନ ଦେଇନାହିଁ , ବିନଏପିର ବରିଷ୍ଠ ନେତା କହିଛନ୍ତି ସମ୍ବିଧାନ ବଦଳିବା କଥା ଉଠେଇବା ଏକ ଫାସୀବାଦୀ ଚିନ୍ତାଧାରା , ସମ୍ବିଧାନରେ ଭୁଲ ଥିଲେ ଏହାକୁ ସଂଶୋଧନ କରାଯିବ ହେଲେ ପୁରା ସମ୍ବିଧାନକୁ ବଦଳାଯିବା ଦାବୀର ଯଥାର୍ଥତା ନାହିଁ।
ବାଂଲାଦେଶରେ ସମ୍ବିଧାନ ବଦଳାଇବାକୁ ଛାତ୍ରଙ୍କ ଦାବି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











