ନୂଆଦିଲ୍ଲୀ ; ବାଂଲାଦେଶରେ ପୁଣି ତାତିଲେ ଛାତ୍ର । ସମ୍ବିଧାନ ବଦଳାଇବାକୁ ଦାବି । ୧୯୭୨ର ସମ୍ବିଧାନ ବଦଳାଇ ନୂଆ ସମ୍ବିଧାନ ପ୍ରଣୟନ କରିବାକୁ ଉଠାଇଲେ ସ୍ୱର । ପୁଣି ଥରେ ବାଂଲାଦେଶରେ ବଡ ପ୍ରତିବାଦ ଆଉ ଏହି ପ୍ରତିବାଦର ମଙ୍ଗ ଧରିଛନ୍ତି କଲେଜ ଛାତ୍ରଛାତ୍ରୀ । ସଙ୍ଗଠନର ନାଁ ଦିଆଯାଇଛି ଆଣ୍ଟି ଡିସ୍କ୍ରିମେନସନ ଷ୍ଟୁଡେଣ୍ଟ ମୁଭମେଣ୍ଟ । ସେମାନଙ୍କ ଦାବୀ ହେଉଛି ୧୯୭୨ ସମ୍ବିଧାନକୁ ବଦଳାଯାଉ ଏବଂ ଭାରତ ବିରୋଧରେ କଡା ଆଭିମୁଖ୍ୟ ନିଅନ୍ତୁ ସରକାର । ସାମ୍ବାଦଦିକ ସମ୍ମିଳନୀରେ ସଙ୍ଗଠନର ସଂଯୋଜକ କହିଛନ୍ତି ୩୧ ତାରିଖରେ ଏକ ଘୋଷଣାପତ୍ର ଜାରୀ କରାଯିବ ଆଉ ଏହି ପତ୍ରରେ ଉଲ୍ଲେଖ କରାଯିବ କିପରି ୧୯୭୨ ସମ୍ବିଧାନ ପାଇଁ ଦେଶ ପାଇଁ କ୍ଷତିକାର ରହିଥିଲା ଏବଂ ନୂଆ ସମ୍ବିଧାନ ପାଇଁ ଘୋଷଣାପତ୍ରରେ ଦାବୀ ରହିବ । ବିଏନପି ଏହି ମୁଭମେଣ୍ଟକୁ ସମର୍ଥନ ଦେଇନାହିଁ , ବିନଏପିର ବରିଷ୍ଠ ନେତା କହିଛନ୍ତି ସମ୍ବିଧାନ ବଦଳିବା କଥା ଉଠେଇବା ଏକ ଫାସୀବାଦୀ ଚିନ୍ତାଧାରା , ସମ୍ବିଧାନରେ ଭୁଲ ଥିଲେ ଏହାକୁ ସଂଶୋଧନ କରାଯିବ ହେଲେ ପୁରା ସମ୍ବିଧାନକୁ ବଦଳାଯିବା ଦାବୀର ଯଥାର୍ଥତା ନାହିଁ।
ବାଂଲାଦେଶରେ ସମ୍ବିଧାନ ବଦଳାଇବାକୁ ଛାତ୍ରଙ୍କ ଦାବି

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...