ଜଗତସିଂହପୁର : ଶ୍ରଦ୍ଧାଳୁଙ୍କୁ ଧକ୍କା ଦେଲା ବସ । ଜଣଙ୍କର ଚାଲିଗଲା ଜୀବନ । ଗୋରେଖନାଥ ଦର୍ଶନ ସାରି ଫେରୁଥିବା ବେଳେ ନାଉଗାଁ ବ୍ଲକର ପାଳସାହିଠାରେ ଦୁର୍ଘଟଣା । ବାସେଳିସାହିର ୪ ଯୁବକ ବାଇକରେ ଫେରୁଥିବା ବେଳେ ଧକ୍କା ଦେଲା ବସ । ଦୁଇ ଜଣ ସାଙ୍ଗ ଆଗରେ ଯାଉଥିବା ସମୟରେ ଅନ୍ୟ ଦୁଇ ଜଣ ଟିକେ ପଛରେ ଆସୁଥିଲେ । ଏହି ସମୟରେ ନାଉଗାଁ ପାଳସାହି ନିକଟରେ ଏକ ଘରୋଇ ବସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାସେଳୀ ସାହୁ ଗ୍ରାମର ଅମିତ ସାହୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏପଟେ ସାଙ୍ଗକୁ ହରାଇ ବିଚଳିତ ହୋଇପଡିଛନ୍ତି ଅନ୍ୟ ସାଙ୍ଗମାନେ । ଅନ୍ୟପଟେ ଉତ୍ୟକ୍ତ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମୃତଦେହକୁ ରଖାଯାଇ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ନାଉଗାଁ ଶିଖର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି ।
ବସ ଧକ୍କାରେ ପ୍ରାଣ ହରାଇଲେ ଶ୍ରଦ୍ଧାଳୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...