The Ultimate Managed Hosting Platform
ADVERTISEMENT

ବସ୍ତାନୀ ବେଶୀ, ପାଠ କମ୍ ଭଳି ବିଜେଡି ନେତାଙ୍କ କଥା ମନେ ହେଉଛି : ସୂରଜ ସୂର୍ଯ୍ୟବଂଶୀ

Facebook
Twitter
LinkedIn

• ବିଜେଡି ନେତା ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଗୁମାସ୍ତାଙ୍କୁ ଖୁସି କଲା ଭଳି ଉତ୍ତର ଦେଉଛନ୍ତି
• ଭାରତ ସରକାରଙ୍କ ଶିକ୍ଷା ବିଭାଗର କେଉଁ ସଂସ୍ଥା କେଉଁ ପରୀକ୍ଷା କରେ, ଏଥିରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଧାରଣା ଟିକେ କମ ଅଛି ବୋଲି ଲାଗୁଛି
• କଥାରେ ଅଛି ବସ୍ତାନୀ ବେଶୀ, ପାଠ କମ୍, ବିଜେଡି ନେତାଙ୍କ କଥା ବି ସେହିଭଳି ମନେହେଉଛି
• ଭାରତ ସରକାରଙ୍କ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ସଂସ୍ଥା ମାଧ୍ୟମରେ ଦେଶରେ ଏକାଧିକ ନିଯୁକ୍ତି ତଥା ପ୍ରତିଯୋଗିତାମୂଳକ ପରୀକ୍ଷା କରାଯାଉଛି
• ଏନଟିଏ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ପରୀକ୍ଷା ଆୟୋଜନକାରୀ ସଂସ୍ଥା ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି
• କିନ୍ତୁ ଭାରତ ସରକାରଙ୍କ ସଂସ୍ଥା କରିଛି ବୋଲି କହି ଭୁଲକୁ ସ୍ୱୀକାର ନ କରିବା ଆପଣଙ୍କ ନିତିଦିନିଆ କାର୍ୟ୍ୟ
• କିଛି ଦିନ ତଳେ ସ୍କୁଲ ମାନଙ୍କରେ ସ୍କୁଲ ରୋବୋଟିକ ଲ୍ୟାବ୍ ସ୍ଥାପନା କରିବା ପାଇଁ ଓଡ଼ିଶା ସରକାରଙ୍କ ଓସେପା ନୋଟିସ ବାହାର କରିଥିଲା
• ଜଣେ ଓଡ଼ିଆ ଯୁବ ଉଦ୍ୟୋଗୀ ଏହି ଟେଣ୍ଡରରେ କୃତକାର୍ୟ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ତାହା ନ ଦେଇ ଜଣେ ଅଣ ଓଡ଼ିଆ ସଂସ୍ଥାକୁ ଦେବା ପାଇଁ ଓଡ଼ିଶା ସରକାର ମସୁଧା କରିଥିଲେ
• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଷୟରେ ଅବଗତ ହେବା ପରେ ନିଜେ ହସ୍ତକ୍ଷେପ କରି ଏଡସିଲ୍ ସଂସ୍ଥାକୁ ଏଥିରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ
• ପ୍ରଶ୍ନର ଉତ୍ତର ନ ଦେଇ ପ୍ରଶ୍ନରୁ ମୁହଁ ବୁଲାଇଥିବା କାରଣରୁ ବିଜେଡି ପାଖରୁ ଲୋକମାନେ ମୁହଁ ବୁଲାଇଲେଣି
ଭାରତ ସରକାରଙ୍କ ଶିକ୍ଷା ବିଭାଗର କେଉଁ ସଂସ୍ଥା କେଉଁ ପରୀକ୍ଷା କରେ, ଏଥିରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଧାରଣା ଟିକେ କମ ଅଛି ବୋଲି ଲାଗୁଛି । ସେଥିପାଇଁ ମୂଳ ପ୍ରଶ୍ନର ଉତ୍ତର ନ ଦେଇ ଗୁମାସ୍ତାଙ୍କୁ ଖୁସି କଲା ଭଳି ଉତ୍ତର ଦେଉଛନ୍ତି । କଥାରେ ଅଛି ବସ୍ତାନୀ ବେଶୀ, ପାଠ କମ୍ । ତାଙ୍କ କଥା ବି ସେହିଭଳି ମନେହେଉଛି ବୋଲି କହିଛନ୍ତି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।
ଭାରତ ସରକାରଙ୍କ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ସଂସ୍ଥା ମାଧ୍ୟମରେ ଦେଶରେ ଏକାଧିକ ନିଯୁକ୍ତି ତଥା ପ୍ରତିଯୋଗିତାମୂଳକ ପରୀକ୍ଷା କରାଯାଉଛି । ଏଆଇସିଟି, ଇପିଏଫଓ, ଡିୟୁ, ଜେଏନୟୁ, ୟୁଜିସି ନେଟ୍, ନବୋଦୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଜେଇଇ ଭଳି ପ୍ରାୟ ୩୪ଟି ପରୀକ୍ଷା କରି ଏନଟିଏ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ପରୀକ୍ଷା ଆୟୋଜନକାରୀ ସଂସ୍ଥା ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ଭାରତ ସରକାରଙ୍କ ସଂସ୍ଥା କରିଛି ବୋଲି କହି ଭୁଲକୁ ସ୍ୱୀକାର ନ କରିବା ବିଜେଡିକ ନିତିଦିନିଆ କାର୍ୟ୍ୟ ।
କିଛି ଦିନ ତଳେ ସ୍କୁଲ ମାନଙ୍କରେ ସ୍କୁଲ ରୋବୋଟିକ ଲ୍ୟାବ୍ ସ୍ଥାପନା କରିବା ପାଇଁ ଓଡ଼ିଶା ସରକାରଙ୍କ ଓସେପା ନୋଟିସ ବାହାର କରିଥିଲା । ଜଣେ ଓଡ଼ିଆ ଯୁବ ଉଦ୍ୟୋଗୀ ଏହି ଟେଣ୍ଡରରେ କୃତକାର୍ୟ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ତାହା ନ ଦେଇ ଜଣେ ଅଣ ଓଡ଼ିଆ ସଂସ୍ଥାକୁ ଦେବା ପାଇଁ ଓଡ଼ିଶା ସରକାର ମସୁଧା କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଷୟରେ ଅବଗତ ହେବା ପରେ ନିଜେ ହସ୍ତକ୍ଷେପ କରି ଏଡସିଲ୍ ସଂସ୍ଥାକୁ ଏଥିରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଶ୍ନର ଉତ୍ତର ନ ଦେଇ ପ୍ରଶ୍ନରୁ ମୁହଁ ବୁଲାଇଥିବା କାରଣରୁ ବିଜେଡି ପାଖରୁ ଲୋକମାନେ ମୁହଁ ବୁଲାଇଲେଣି ବୋଲି ଧାମନଗର ବିଧାୟକ ପ୍ରତିକ୍ରିୟାରେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login