The Ultimate Managed Hosting Platform
ADVERTISEMENT

ବସରେ ନିଆଁ ; ୨ ଜୀବନ୍ତ ଦଗ୍ଧ

Facebook
Twitter
LinkedIn

ନୂଆଦିଲ୍ଲୀ : ହରିୟାଣାରେ ଚଳନ୍ତା ବସରେ ନିଆଁ ଲାଗି ୨ ଜୀବନ୍ତ ଦଗ୍ଧ । ଦିଲ୍ଲୀ-ଜୟପୁର ରାଜପଥ ଗୁରୁଗ୍ରାମ ନିକଟରେ ଅଘଟଣ । ନିଆଁ ଲାଗି ୨ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଏକାଧିକ ଗୁରୁତର । ସ୍ଲିପର ବସରେ ହଠାତ ଲାଗିଥିଲା ନିଆଁ । ବସରେ ୩୫ରୁ ୪୦ ଜଣ ଯାତ୍ରୀ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ହେଲେ ଅଗ୍ନିକାଣ୍ଡରେ ବସଟି ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ସୂଚନା ଅନୁସାରେ ଜୟପୁରରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ବାହାରିଥିଲା ସ୍ଲିପର କୋଚ୍ । ବିଳମ୍ବିତ ରାତିରେ ଗୁରୁଗ୍ରାମର ସିଗ୍ନେଚର ଟାୱାର ଫ୍ଲାଏଓଭର ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଏହାପରେ ବସରେ ଥିବା ଯାତ୍ରୀ ଭୟରେ ପାଟି ତୁଣ୍ଡ କରିବା ଆରମ୍ଭ କରିଥିଲେ । ବସରେ ନିଆଁ ଲାଗିବା ଦେଖି ଅନ୍ୟ ଯାତ୍ରୀମାନେ ତତ୍କାଳ ଏହି ସୂଚନା ଦମକଳ ବାହିନୀ ଓ ପୋଲିସକୁ ସୂଚନା ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login