The Ultimate Managed Hosting Platform
ADVERTISEMENT

ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ ; ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିଦେ୍ର୍ଦଶନାମା ଜାରି

Facebook
Twitter
LinkedIn

ଭୁବନେଶ୍ୱର : ଯାତ୍ରୀବାହୀ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିଦେ୍ର୍ଦଶନାମା ଜାରି । ବସରେ ଫାୟାର ଡିଟେକସନ ଓ ସପ୍ରେସନ ସିଷ୍ଟମ ରଖିବା ବାଧ୍ୟତାମୂଳକ । ଆପାତ୍ତକାଳୀନ ପ୍ରସ୍ଥାନ ଦ୍ୱାର, କାଚ ଭାଙ୍ଗିବାକୁ ହାତୁଡି ରଖିବାକୁ ନିଦେ୍ର୍ଦଶ । ୨୦୨୫ ଅକ୍ଟୋବର ପରେ ପଞ୍ଜୀକୃତ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ । ବସ୍ ରେ ବ୍ୟବହୃତ ହେଉଥିବା ସ୍କ୍ରିନ୍ , କାର୍ପେଟ୍, ସିଟ୍ କଭର୍ ନିଆଁକୁ ବ୍ୟାପକ କଲାଭଳି ଉପାଦାନରେ ତିଆରି ହେବ ନାହିଁ । ପ୍ରତି ୩ ମାସରେ ଏ ସଂକ୍ରାନ୍ତରେ ରାଜ୍ୟସ୍ତରରେ ସମୀକ୍ଷା କରାଯିବ । ବସରେ ପର୍ୟ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ରହିବ।
ସେଗୁଡିକର ବ୍ୟବହାର ତାରିଖ ଅଛି କି ନାହିଁ, ସେଥିରେ ଅଗ୍ନି ନିର୍ବାପକ ଗ୍ୟାସ ଅଛି ନା ନାହିଁ ଏସବୁ ଉପରେ ଅନୁଧ୍ୟାନ ହେବ। ସେଗୁଡ଼ିକର ବ୍ୟବହାର ବସ୍ କର୍ମଚାରୀ ଓ ଯାତ୍ରୀ ଜାରିବେ । ଅପତକାଳୀନ ଦ୍ବାର ରହିବ । ଏବିଷୟରେ ଯାତ୍ରୀମାନେ ଜାଣିବେ। ଉଡାଜାହାଜରେ ଯାତ୍ରୀମାନଙ୍କୁ ସୂଚନା ଦିଆଗଲା ଭଳି ସୂଚନା ଦିଆଯିବ । ବସ୍ ରେ ଦହନଶୀଳ ପଦାର୍ଥ ନ ନେବା ସଂକ୍ରାନ୍ତରେ ବସ୍ ର କର୍ମଚାରୀ ସତର୍କ ଅଛନ୍ତି କି ? ଅଗ୍ନିକାଣ୍ଡ ଘଟିଲେ ବସ୍ କର୍ମଚାରୀମାନେ ସେମାନଙ୍କ ଦାୟିତ୍ବ ସଂକ୍ରାନ୍ତରେ ସଚେତନ ଅଛନ୍ତି କି ? ଏ ନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି କି ? ଏହି ସଚେତନତା କାର୍ୟ୍ୟରେ ଉତ୍ସାହର ସହ ଭାଗ ନେବାପାଇଁ ଏବଂ ଏହାକୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login