ବାଲୁଗାଁ : ବସକୁ ପିଟିଲା ବସ । ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ବସ ସୁବୁଦ୍ଧିପାଟଣା ଛକ ନିକଟରେ ଘଟିଛି ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧି ପାଟଣା ଛକ ନିକଟରେ ଯାତ୍ରୀଙ୍କୁ ନେବା ପାଇଁ ରାସ୍ତାକଡରେ ବସଟି ଛିଡା ହୋଇଥିବା ବେଳେ ପଛରୁ ଅନ୍ୟ ଏକ ବସ ଧକ୍କା ଦେଇଥିଲା । ଆସିକାରୁ ଭୁବନେଶ୍ବର ଆସୁଥିବା ଆଉ ଏକ ବସ ପଛପଟୁ ଧକ୍କା ଦେଇଥିଲା । ବସର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
Views: 39