ଖୋର୍ଦ୍ଧା : ଜାତୀୟ ରାଜପଥରେ ବସକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୨୦ ଆହତ । ୧୬ ନଂ ଜାତୀୟ ରାଜପଥ ଗଡଖୋର୍ଦ୍ଧା ଛକରେ ଦୁର୍ଘଟଣା । ୨୦ ଆହତଙ୍କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବାକୁ ଯିବା ବେଳେ ଦୁର୍ଘଟଣା । ବସଟି ରାୟଗଡା ଜିଲ୍ଲାରୁ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାଉଥିଲା । ମିଳିଥିବା ତଥ୍ୟ ଅନୁସାରେ ବସଟି ରାୟଗଡା ଜିଲ୍ଲା ଗୁଡାରି ଏମଏସିରୁ ୪୨ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିଲା । ମେଡିକାଲରେ ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ଆହତଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
Views: 82











