The Ultimate Managed Hosting Platform
ADVERTISEMENT

ବଳଦଗାଡିରେ ପହଁଚିଲା ୬୦୦ କିଲୋ ଦେଶୀ ଘିଅ, ଅଯୋଧ୍ୟାରେ ଜଳିବ ଅଖଣ୍ଡ ଜ୍ୟୋତି

Facebook
Twitter
LinkedIn

ଅଯୋଧ୍ୟା : ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା । ଏହି ସମାରୋହକୁ ସମସ୍ତ ରାମଭକ୍ତ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଭକ୍ତମାନେ ଭଗବାନ ରାମଙ୍କୁ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନର ଯୋଧପୁରରୁ ୬୦୦ କିଲୋଗ୍ରାମ ଦେଶୀ ଗାଈ ଘିଅ ଅଯୋଧ୍ୟାରେ ପହଞ୍ଚିଛି।
ଏହି ଦେଶୀ ଘିଅକୁ ରାମ ମନ୍ଦିରରେ ଅଖଣ୍ଡ ଜ୍ୟୋତି ଏବଂ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ହେବାକୁ ଥିବା ଧାର୍ମିକ ରୀତିନୀତିରେ ବ୍ୟବହାର କରାଯିବ। ନଭେମ୍ବର ୨୭ରେ ଯୋଧପୁରରୁ ୧୦୮ କଳସରେ ୬୦୦ କିଲୋ ଦେଶୀ ଘିଅ ଅଯୋଧ୍ୟା ଅଭିମୁଖେ ବାହାରିଥିଲା। ଏହାକୁ ୫ଟି ବଳଦ ଗାଡ଼ିରେ ଧରି ଯୋଧପୁରର ସନ୍ଥ ମହର୍ଷି ସନ୍ଦୀପନି ଜୀ ମହାରାଜ ଆଜି ଅଯୋଧ୍ୟାରେ ପହଞ୍ଚିଛନ୍ତି। ସନ୍ଦୀପନି ଜୀ ମହାରାଜ କୁହନ୍ତି, ନଭେମ୍ବର ୨୭ରେ ଆମେ ଘୃତ ପଦଯାତ୍ରାରେ ବାହାରିଥିଲୁ। ଆଜି ପ୍ରଭୁଙ୍କ ନଗରୀ ଅଯୋଧ୍ୟାରେ ପହଞ୍ଚି ଟ୍ରଷ୍ଟର ଅଧିକାରୀମାନଙ୍କୁ ଭେଟି ଘିଅ ଅର୍ପଣ କରିଛୁ। ଏହି ୧୦୮ କଳସରେ ଶୁଦ୍ଧ ଗାଈ ଘିଅ ରଖାଯାଇଛି, ସବୁକୁ ମିଶାଇ ପାଖାପାଖି ୬୦୦ କିଲୋ ଘିଅ ଅଛି। କହି ରଖୁଛୁ, ୯ ବର୍ଷ ଧରି ଏହି ଘିଅକୁ ସଂଗ୍ରହ କରାଯାଇ ଆସୁଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login