ବଣାଇ : ବଳଦକୁ ଖାଇଦେଲା ବୋଲି କଲରାପତରିଆ ବାଘକୁ ହତ୍ୟା । ମୃତ ବଳଦରେ ବିଷ ଦେଇ କଲରାପତରିଆ ବାଘକୁ ହତ୍ୟା । ତାମରା ରେଞ୍ଜ ଖେସାରା ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ । କିଛି ଦିନ ତଳେ ଏକ ବଳଦକୁ ବାଘ ମାରି ଦେଇଥିଲା । ସେହି ବଳଦ ଉପରେ ଲୋକେ ବିଷ ଦେଇ ଜଙ୍ଗଲରେ ଛାଡ଼ି ଦେଇଥିଲେ । ଘଟଣାସ୍ଥଳରେ ଆରସିସିଏଫ, ଡିଏଫଓଙ୍କ ତଦନ୍ତ । ମୃତ ବାଘର ବ୍ୟବଚ୍ଛେଦ ପରେ ବିଷ ଯୋଗୁଁ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Views: 56











