ବଳଙ୍ଗା : ବଳଙ୍ଗା ପୀଡିତାଙ୍କ ମାମୁଘର ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା । କାଲି ବିଳମ୍ବିତ ରାତିରେ ନୟାହାଟ ସ୍ଥିତ ମାମୁ ଘରେ ପଚରାଉଚରା ସୂଚନା । ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ଏଯାବତ ହୋଇନି ସ୍ପଷ୍ଟ । ଗତ ୫ ଦିନ ଧରି ବଳଙ୍ଗାରେ ତନାଘନା ଚଳାଇଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ବଳଙ୍ଗା ପୀଡ଼ିତାଙ୍କ ନୟାହାଟ ଅଞ୍ଚଳ ସ୍ଥିତ ମାମୁଘରେ କ୍ରାଇମବ୍ରାଞ୍ଚର ତଦନ୍ତ । ତଥାପି ଅପରାଧୀଙ୍କ ଟେର ପାଉନି ପୋଲିସ । ସଂଦେହଥିବା ବ୍ୟକ୍ତିଙ୍କ ମୋବାଇଲ ଟ୍ରାକିଂ କରୁଛି ସାଇବର ପୋଲିସ । ୨୦ରୁ ଅଧିକ ଲୋକଙ୍କୁ ପଚରାଉଚରା ସରିଲାଣି । କିନ୍ତୁ ଠୋସ୍ ସୁରାକ କିଛି ମିଳି ପାରୁ ନାହିଁ । ୩ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି।
Views: 11