ବଳଙ୍ଗା : ଦିଲ୍ଲୀ ଏମସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ । ଏ ନେଇ ସୂଚନା ଦେଲେ ପୁରୀ ଏସପି ପିନାକ ମିଶ୍ର । ଏଥି ସହ ଦିଲ୍ଲୀରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହେବ । ତଦନ୍ତ ଶେଷ ପର୍ଯ୍ୟାୟରେ ପହଁଚିଛି । ଆଇନଗତ ଦିଗକୁ ଦୃଷ୍ଟିରେ ରଖାଯାଇଛି । ଘଟଣା ପଛର କାରଣ ସାର୍ବଜନୀନ କରାଯିବ । ସେ ଆହୁରି କହିଛନ୍ତି, ତଦନ୍ତ ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତ ଆଇନଗତ ଦିଗକୁ ଦୃଷ୍ଟିରେ ରଖାଯାଇ ତଦନ୍ତ କରାଯାଉଛି। ନାବାଳିକାଙ୍କର ଚିକିତ୍ସା ଜାରି ରହିଥିବାରୁ ପୁଲିସ ପକ୍ଷରୁ ଅତି ସତର୍କତାର ସହିତ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଏସପି କହିଛନ୍ତି।
Views: 23