ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬-୨୭ ଶିକ୍ଷାବର୍ଷରେ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଆୟୋଜନ କରାଯିବ । ଏହାସହିତ ସିବିଏସଇ ବୈଷୟିକ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ । ଏଥିପାଇଁ ଖୁବଶୀଘ୍ର ଡ୍ରାଫ୍ଟ ଜାରି କରାଯିବ, ଆଉ ଏଥିରେ ଲୋକଙ୍କ ମତାମତ ନିଆଯିବ । ସିବିଏସଇ ୨୦୨୬-୨୭ ଶିକ୍ଷାବର୍ଷରେ ବିଦେଶ ଛାତ୍ରଙ୍କ ପାଇଁ ବୈଷୟିକ ପାଠ୍ୟକ୍ରମ ଆରମ୍ଭ କରିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ସିବିଏସଇ ଗ୍ଲୋବାଲ ସ୍କୁଲର ଅଧିକାରୀ ଏବଂ ପ୍ରତିନିଧି ସାମିଲ ଥିଲେ । ଏଥିରେ ନୂଆ ପାଠ୍ୟକ୍ରମକୁ ବିକଶିତ କରିବା ଏବଂ ଲାଗୁ କରିବା ପାଇଁ ଆବଶ୍ୟକ ଯୋଜନା ଏବଂ ପଦକ୍ଷେପ ଉପରେ ଚର୍ଚ୍ଚା ଚାଲିଛି । ଏହାପୂର୍ବରୁ ୧୮ ଫେବୃଆରରେ ଶିକ୍ଷାମନ୍ତ୍ରୀ ଘୋଷଣା କରିଥିଲେ କି, ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜନ କରାଯିବା ନେଇ ସାଧାରଣ ଲୋକଙ୍କ ଠାରୁ ମତାମତ ନିଆଯିବ । ଛାତ୍ରଛାତ୍ରୀଙ୍କୁ ଟେନସନ ମୁକ୍ତ ବାତାବରଣରେ ଶିଖିବାର ମାହୋଲ କରିବା ପାଇଁ ସରକାର ଜୋର ଦେଇଛନ୍ତି ।
ବର୍ଷକୁ ଦୁଇ ଥର ସିବିଏସଇ ବୋର୍ଡ ପରୀକ୍ଷା !

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...