ନବରଙ୍ଗପୁର : ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଚିଲେ । ବିଜେପି କୋର କମିଟି ବୈଠଳରେ ଯୋଗଦେଲେ । ଦିନିକିଆ ଓଡିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନବରଙ୍ଗପୁରରୁ ବ୍ରହ୍ମପୁର ଓ ସେଠାରୁ ବାରିପଦା ଯିବେ । କାର୍ୟ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡିଶା ସହିତ ମୋର ଭାବନାତ୍ମକ ସମ୍ପର୍କ ରହିଛି । କଂଗ୍ରେସ ସରକାର ସମୟରେ ଏଇଠୁ ଭାରତ ଯାତ୍ରା ଆରମ୍ଭ କରିଥିଲୁ । ଜଗନ୍ନାଥଙ୍କ ମାଟିରୁ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲି । ସେତେବେଳେ ସବୁଠି ଆତଙ୍କବାଦ ଓ ନକ୍ସଲବାଦ ଥିଲା । ହେଲେ ଆଜି ଆମ ଦେଶରେ ଆତଙ୍କବାଦ ଓ ମାଓ କାର୍ୟ୍ୟକଳାପ କମିଛି । ପୁଲୱାମା ଘଟଣା ପରେ ଏହାର କଡା ଜବାବ ଦିଆଯାଇଛି ବୋଲି ରାଜନାଥ କହିଛନ୍ତି ।ଅନ୍ୟପଟେ ଦେଶରେ ପୁଣିଥରେ ମୋଦୀ ସରକାର ଆସିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ରାଜନାଥ । ତା ସହିତ ଓଡିଶାରେ ମଧ୍ୟ ଡବଲ୍ ଇଞ୍ଜିନ ସରକାର ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି । ବିଜେପି ହେଉଛି ଏକମାତ୍ର ପାର୍ଟି, ଯିଏ ଯାହା କହେ, ସେୟା କରେ । ପ୍ରତିଶ୍ରୁତି ମୁତାବକ ଧାରା ୩୭୦ ଓ ତିନି ତଲାକ୍ ଉଚ୍ଛେଦ ହେଇଛି । ୯ ବର୍ଷ ଭିତରେ ଦେଶରେ ଗରିବୀ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ବୋଲି ରାଜନାଥ କହିଛନ୍ତି ।
ନବରଙ୍ଗପୁରରେ ରାଜନାଥ ସିଂ , କହିଲେ ଓଡିଶାରେ ଗଢିବୁ ସରକାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











