ବରଗଡ : ୟୁପି ଏସଟିଏଫ ଟିମ୍ ବରଗଡ ଆସିଥିବା ସ୍ପଷ୍ଟ ହେଲା । ବରଗଡ ଆସିଥିବା ସ୍ପଷ୍ଟ କଲେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର । ଭେରିଫିକେସନ ପାଇଁ ସେମାନେ ଆସିଥିଲେ କହିଲେ ଆଇଜି । ୫ ଜଣିଆ ଟିମ୍ ୧୮ ତାରିଖରେ ବରଗଡ ଆସିଥିଲେ । ଦୁଇ ଦିନ ଯାଏଁ ବରଗଡରେ ରହି ଜଣେ ବ୍ୟକ୍ତିକୁ ଜେରା କରିଥିଲେ । ଆଇନ ଅନୁସାରେ ଭେରିଫିକେସନ ପାଇଁ ସହାୟତା ଦେଇଥିଲୁ । ସେମାନେ କାହାକୁ ଗିରଫ କରିନଥିବା କହିଲେ ଉତ୍ତରାଞ୍ଚଳ ଆଇଜି ।
ସେପଟେ ଗୁଡ୍ଡୁ ମୁସଲିମ ଘଟଣା ନେଇ ପୋଲିସ ଡିଜିଙ୍କ ଦରୁରୀ ବୈଠକ । ଜରୁରୀ ମିଟିଂ ପରେ ଡିଜିପି ସୁନୀଲ ବଂଶଲଙ୍କ ପ୍ରତିକ୍ରିୟା । ୨ ଦିନ ତଳେ ୟୁପି ଏସଟିଏଫ ଟିମ୍ ଓଡିଶା ଆସିଥିଲା । ବରଗଡରେ ସେମାନେ ଗୋଟିଏ ଦିନ ରହି ପଚରାଉଚରା କରିଥିଲେ । ପ୍ରୋଟକଲ ଅନୁସାରେ ଆମେ ସେମାନଙ୍କୁ ସହାୟତା ଦେଇଥିଲୁ । ତେବେ ସେମାନେ କଣ ତଦନ୍ତ କଲେ ଆମକୁ ଜଣାଇ ନାହାନ୍ତି ।
Views: 73