ବରଗଡ : ବରଗଡ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ୨୬୩ କୋଟି ବ୍ୟୟରେ ୨୧ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ ।ଆଜି ମୁଖ୍ୟମନ୍ତ୍ରୀ ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଜଳସେଚନର ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଉଦଘାଟନ କରିଛନ୍ତି । ଏବେ ଓଡ଼ିଶାରେ ରୂପାନ୍ତରଣର ପର୍ବ ଚାଲିଛି । ବରଗଡ ମଧ୍ୟ ଏଥିରେ ସାମିଲ ହୋଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
Views: 82