ଯାଜପୁର : ବବିଙ୍କ ଭାଇ ବବପ୍ରସାଦ ଦାସ ଗିରଫ । ଗିରଫ କଲା ଯାଜପୁର ଟାଉନ ଥାଲା ପୋଲିସ । ଗିରଫ କରି ଏସଡିଜେଏମ ବାସଭବନକୁ ଆଣିଲା ପୋଲିସ । ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଅଭିଯୋଗରେ ହୋଇଥିଲେ ଏତଲା । ଏ ନେଇ ଗତକାଲି ରାତିରେ ଭବ ପ୍ରସାଦ ଦାସଙ୍କୁ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ପୋଲିସ ଘରୁ ଉଠାଇ ନେଇଥିଲେ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ଓ ବିରଜା ହାଟ ଗଣ୍ଡଗୋଳ ଘଟଣାରେ ତାଙ୍କୁ ଅଟକ ରଖିଥିଲା ପୋଲିସ । ଘଟଣାରେ ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଥାନାରେ ଭବ ପ୍ରସାଦ ଦାସ ନାମରେ ୪ଟି ପୃଥକ ମାମଲା ରୁଜୁ ହୋଇଛି ।
Views: 71