ପୁରୀ: ବନ୍ଧୁତା ଏମିତି ଏକ ସମ୍ପର୍କ ଯାହାକୁ କେବେ ଦେଖେଇ ହୁଏନା । ଖାଲି ସୁଖରେ ବନ୍ଧୁ ଯେ ପାଖରେ ଛିଡା ହୁଏ ତାହା ନୁହେଁ ଦୁଃଖରେ ବି ଛିଡା ହୁଏ । ସେଥିପାଇଁ ତ କୁହାଯାଏ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ।ଏମିତି ବି କିଛି ସମ୍ପର୍କ ଥାଏ ଯାହାର ନାମ ଦେଇ ହୋଇନଥାଏ। ତାକୁ ଗୋଟିଏ ହିଁ ନା ଦିଆଯାଏ ପାରେ ସେ ହେଉଛି ବନ୍ଧୁ।
ଏକ ଭିଡିଓରେ ଯାହା ଦେଖିବାକୁ ମିଳିଥିଲା, ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଟ୍ରଲିରେ ଟାଣି ଟାଣି ନେଉଥିଲେ ଆଉ ଜଣେ ବୟସ୍କ ବ୍ୟକ୍ତି। ଟ୍ରଲିରେ ଟାଣି ଟାଣି ଗୁଡାଏ ବାଟ ଆଣିବା ପରେ ଶେଷରେ ଡାକ୍ତରଖାନା ପହଞ୍ଚାଇଥିଲେ। ବୟସ୍କ ବ୍ୟକ୍ତି ଝାଳ ନାଳରେ ଭଲକି ନିଶ୍ବାସ ବି ନେଇ ପାରୁନଥିଲେ। ସେଥିରେ ସେ ଡାକ୍ତରଖାନାରେ ପହଁଚିବା କ୍ଷଣି ନିଜେ ଯାଇ ଷ୍ଟ୍ରେଚରକୁ ଟାଣି ଆଣୁଥିଲେ ଏବଂ ଅସୁସ୍ଥ ଥିବା ବୃଦ୍ଧଙ୍କୁ ଟ୍ରଲି ଉପରୁ ଆଣି ଷ୍ଟ୍ରେଚର ଉପରେ ଶୁଆଇଥିଲେ। ଏହି ସମୟରେ ପାଖରେ ଥିବା ଦୁଇ ଯୁବକ ଆସି ତାଙ୍କୁ ସାହାର୍ୟ୍ୟ କରିଥିଲେ।
ତେବେ ଯାହା ଶୁଣିବାକୁ ମିଳିଲା ସେମାନେ ବନ୍ଧୁ ଥିଲେ। ଆଉ ଉଭୟ ପଶ୍ଚିମବଙ୍ଗର। ଟ୍ରଲିରେ ଅଚେତ ହୋଇ ପଡିଥିବା ବୃଦ୍ଧ ହେଉଛନ୍ତି ଦେବେନ୍ଦ୍ରନାଥ ପରିମାଣିକ। ଆଉ ତାଙ୍କୁ ଟ୍ରଲିରେ ବୋହି ହସ୍ପିଟାଲ ଆଣିଥିଲେ ତାଙ୍କ ବନ୍ଧୁ ବେଦାନ୍ତ ଚୈତନ୍ୟ ଦାସ। ପଶ୍ଚିମବଙ୍ଗ ହାୱଡାର ରହୁଥିବା ଦେବେନ୍ଦ୍ରନାଥ ପତ୍ନୀଙ୍କ ଦେହାନ୍ତ ପରେ ଏକାକୀ ହୋଇପଡ଼ିଥିଲେ। କରୋନା ସମୟରେ ଦେବେନ୍ଦ୍ରଙ୍କୁ ଘରୁ ତଡ଼ି ଦେଇଥିଲେ ପୁଅବୋହୂ।
ସେହିପରି ପୁରୀ ବାଲିସାହିସ୍ଥିତ ଏକ ମଠରେ ଭଡ଼ାରେ ରହି ଟ୍ରଲିରେ ଜଳଖିଆ ବିକ୍ରୀ କରନ୍ତି। ବେଳାଭୂମିରେ ହିଁ ଉଭୟଙ୍କ ବନ୍ଧୁତା ହୋଇଥିଲା। ବିଳମ୍ବିତ ରାତିରେ ହଠାତ୍ ବୟସାଧିକ କାରଣରୁ ଦେବେନ୍ଦ୍ର ଅସୁସ୍ଥ ହେବା ସହ କଥା କହିବା ବନ୍ଦ କରିଥିଲେ। ତତକ୍ଷଣାତ୍ ବନ୍ଧୁ ଚୈତନ୍ୟ ନିଜ ଟ୍ରଲିରେ ତାଙ୍କୁ ଧରି ଦଉଡି ଦଉଡ଼ି ହସ୍ପିଟାଲରେ ପହଞ୍ଚି ଚିକିତ୍ସା କରାଇବା ସହ ତାଙ୍କୁ ଜଗି ରହିଛନ୍ତି।
ତେବେ ଏ ଦୃଶ୍ୟ ରାତିରେ ଯିଏ ଦେଖିଥିଲେ ସେ କିଛି ସମୟ ପାଇଁ ଅଟକି ଯାଇଥିଲେ।ଆଜିର ସ୍ୱାର୍ଥବାଦୀ ଦୁନିଆରେ ଏଭଳି ବନ୍ଧୁତା ଯେ ଜୀବିତ ଅଛି ତାହା ପ୍ରମାଣିତ କରି ଦେଖାଇଛନ୍ତି ଚୈତନ୍ୟ। ସତରେ କିଛି ସମ୍ପର୍କ ଥାଉ କି ନଥାଉ, ଯିଏ ବିପଦ ସମୟରେ ସାଥ୍ ଦେଇଥାଏ, ଯିଏ ଅସମୟରେ କାନ୍ଧରେ ହାତ ଦେଇ ସାହାସ ଦେଇଥାଏ ସେ ହେଉଛି ପ୍ରକୃତ ବନ୍ଧୁ। ଆଉ ଏହା ବାସ୍ତବ ଜୀବନରେ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ସେମିତି ଜଣେ ବନ୍ଧୁ।
ବନ୍ଧୁ ହେବ ତ ଏମିତି , ଅସୁସ୍ଥ ବନ୍ଧୁଙ୍କୁ ଟ୍ରଲିରେ ବୋହି ନେଲେ ଅନ୍ୟ ଜଣେ ବନ୍ଧୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











