କୋଇଡା: ପରିବହନ ସଂସ୍ଥା ଅଫିସରୁ ବନ୍ଧୁକ ମୁନରେ ଲୁଟ । ୫ ଦୁର୍ବୁତ୍ତ ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ୧୦ ଲକ୍ଷ ଲୁଟ ଅଭିଯୋଗ । ରାଇକେଲା ନିକଟରେ ଥିବା ଏକ ପରିବହନ ସଂସ୍ଥା ଅଫିସରୁ ଲୁଟ । ଲୁଟର ଦୃଶ୍ୟ ସିସିଟିଭିରେ କଏଦ । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟାରେ କ୍ରାକର୍ସ ଇଣ୍ଡିଆ କାର୍ୟ୍ୟାଳୟରେ ୫ ଜଣ ଦୁର୍ବୃତ୍ତ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ।
ପରେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଲୁଟ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତମାନେ ଡ୍ରାଇଭର ବେଶରେ ଆସିଥିବାବେଳେ ସାଥିରେ ଟାଙ୍ଗିଆ ଓ ବନ୍ଧୁକ ଆଣିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।
Views: 56