ଜୟପୁର : ଘରେ ପସି ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇ ପତ୍ନୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୨୪ତାରିଖ ଦିନ ଜୟପୁର ନିକଟସ୍ଥ ବ୍ରାହ୍ମଣୀ ଗ୍ରାମରେ ପୀଡିତାଙ୍କ ଘରେ ପସି ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇ ପତ୍ନୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୁକ୍ତ ହେଲେ ଲାଲ ବାହାଦୂର ଓ ମୀନ ବାରିକ ବୋଲି ପୀଡିତା ଅଭିଯୋଗ ଆଣିଛନ୍ତି । ଏହି ଦୁଇ ଜଣକ ନାମରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି । ଘଟଣାକୁ ସାମ୍ନାକୁ ନଆଣିବା ପାଇଁ ଦୁର୍ଦ୍ଦାନ୍ତ ଅପରାଧି ଲାଲ ବାହାଦୂର ଓ ମୀନ ବାରିକ ପୀଡିତାଙ୍କ ପରିବାରକୁ ଧମକ ଦେବା ସହ ଗ୍ରାମରେ ଖାଲିରେ ଫାଙ୍କାରେ ଗୁଳି ଚାଳନା କରି ଗ୍ରାମ ଲୋକମାନଙ୍କୁ ଭୟଭୀତ କରୁଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀମାନେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୀଡିତାଙ୍କ ପରିବାରକୁ ସୁରକ୍ଷା ଦେବାପାଇଁ ଦାବୀ କରିଛନ୍ତି । ମାତ୍ର ଘଟଣାକୁ ୪ଦିନ ହୋଇଗଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିପାରିନାହିଁ । ଯାହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏନେଇ ଗ୍ରାମବାସୀ ମାନେ ସୋମବାର ଦିନ ରାସ୍ତାରୋକ କରିଥିବାବେଳେ ଏହାକୁ ବିଜେପୀ ମଧ୍ୟ ସମର୍ଥନ କରିଛି । ଦୁର୍ଦ୍ଦାନ୍ତ ଅପରାଧି ଲାଲ ବାହାଦୂର ଓ ମୀନ ବାରିକକୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ମହଲତ ଦେଇଛନ୍ତି ଗ୍ରାମବାସୀ ।
ବନ୍ଧୁକ ଦେଖାଇ ପତ୍ନୀଙ୍କୁ ଦୁଷ୍କର୍ମ କଲେ ଦୁର୍ଦ୍ଦାନ୍ତ ଅପରାଧୀ , ଅଭିଯୋଗ ର ୪ଦିନ ପରେ ମଧ୍ୟ ପୋଲିସର ହାତ ଖାଲି
Facebook
Twitter
LinkedIn
Facebook
Twitter
LinkedIn
Recent News
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...
ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...
ତଡିପାର ହେଲେଣି ୪୯ ବାଂଲାଦେଶୀ
ଭୁବନେଶ୍ୱର : ରାଜ୍ୟରୁ ତଡିପାର ହେଲେଣି ୪୯ ବାଂଲାଦେଶୀ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ସରକାର ଆସିବା ପରେ...
କିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର : ପୁଣି କିଟ ବଦନାମ । କିଟ ବିଶ୍ୱ ବିଦ୍ୟାଳୟରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହଷ୍ଟେଲ ଝୁଲନ୍ତା ଅବସ୍ଥାରେ ମୃତଦେହ...











