ରାଉରକେଲା : ବନ୍ଦେ ଭାରତ ଟ୍ରେନକୁ ଢେଲା ମାଡ କଲେ ଦୁର୍ବୁତ୍ତ । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ଢେଲା ମାଡ । କଲୁଙ୍ଗା ଷ୍ଟେସନରେ ୨ଟି ବଗିକୁ କେହି ଢେଲାମାଡ କରିଥିବା ସୂଚନା ରହିଛି । ୨ଟି ବଗିର କାଚ ଭାଙ୍ଗି ଯାଇଛି । ୩ ଜଣ ପାସେଞ୍ଜର ସାମାନ୍ୟ ଆହତ ହୋଇଥିବା ସୂଚନା । ପୁରୀ-ରାଉରକେଲା ବନେ୍ଦ ଭାରତ ଟ୍ରେନକୁ ପ୍ରଥମ ଥର ପଥର ମାଡ ହୋଇଥିବା ବେଳେ ରେଳ ବିଭାଗ, ଜିଆରପି, ଆରପିଏଫର ତଦନ୍ତ ଜାରି । ରାଉରକେଲା ଷ୍ଟେସନରେ ଟ୍ରେନ ପହଁଚିବା ପରେ ଭାଙ୍ଗି ଯାଇଥିବା କାଚକୁ ପ୍ଲାଷ୍ଟର ଲଗାଇ ମରାମତି କରାଯାଇଛି ।
Views: 19