ଜଳେଶ୍ଵର : ବନବିଭାଗର ଚଢାଉ,ଶାଳ କାଠ ବୋଝେଇ ପିକଅପ ଜବତ । ବନ ବିଭାଗ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ଚାଳନ୍ତି ନିକଟରୁ ଶାଳକାଠ ବୋଝେଇ ଦୁଇଟି ପିକପ୍ ଜବତ ହୋଇଛି।
ମିଳିଥିବା ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଫୁଲବାଡିଆ ଅଞ୍ଚଳରୁ ଦୁଇଟି ପିକପରେ ପାଖାପାଖି ୮୮ ସିଫ୍ଟ ଶାଳ କାଠ ବୋଝେଇ ହୋଇ ପଶ୍ଚିମବଙ୍ଗର ସୋଲପଟାକୁ ଯାଉଥିଲା। ଏ ନେଇ ବନ ବିଭାଗକୁ ଆଗୁଆ ସୂଚନା ମିଳିଥିବା ବେଳେ ସେହି ସୂଚନା ଆଧାରରେ ଜଳେଶ୍ଵର ରେଞ୍ଜର ଜୟଶ୍ରୀ ମୁର୍ମୁଙ୍କ ନେତୃତ୍ବରେ ଫରେଷ୍ଟର ମୀନାରାଣୀ ବେହେରା, ଫରେଷ୍ଟ ଗାର୍ଡ ରଞ୍ଜିତା ବିଶ୍ବାଳ ପ୍ରମୁଖ ଆଜି ଭୋର ୫ଟା ସମୟରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଜଣେ ପିକପ୍ ଚାଳକ ଗାଡ଼ି ଛାଡି ଚମ୍ପଟ ମାରିଥିବା ବେଳେ ଅନ୍ୟ ଜଣକୁ ଗିରଫ କରାଯାଇଛି। ଅଭିଯୁକ୍ତଜଣକ ହେଉଛନ୍ତି ରାସଗୋବିନ୍ଦପୁର ଥାନା ଗୁଡିଖାଣିଆ ଗ୍ରାମର ସୁନୀଲ ମୁର୍ମୁ। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି।
Views: 88