ଭୁବନେଶ୍ୱର : ସମସ୍ତ ବଣ୍ଡା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଟଙ୍କା ବଣ୍ଟନ ନେଇ ବଣ୍ତା ମହିଳାଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ସମସ୍ତ ବଣ୍ତା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ସେପଟେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କାକୁ ସ୍ଥଗିତ ରଖିଛନ୍ତି ସରକାର । ଡିସେମ୍ବର ୨୫ ତାରିଖରେ ଏହି ଟଙ୍କା ମିଳିବାର ଥିଲା । ଏବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏହି ଟଙ୍କା କେବେ ମିଳିବ ତାହା ଘୋଷଣା କରିବେ ସରକାର । ଡିସେମ୍ବର ୨୫ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟକୁ ସ୍ଥଗିତ ରଖିଛନ୍ତି ସରକାର । ସୁଭଦ୍ରା ଟଙ୍କା ପାଇବାକୁ ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଶେଷ ସୁଯୋଗ ଦେଇଛନ୍ତି ।
Views: 38