The Ultimate Managed Hosting Platform
ADVERTISEMENT

ବଣାଇର ପୂର୍ବତନ ବିଧାୟକଙ୍କ ପରଲୋକ

Facebook
Twitter
LinkedIn

ବଣାଇ : ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ । ଖଟୁଗାଁରେ ୯୨ ବର୍ଷ ବୟସରେ ଆଖି ବୁଜିଲେ ହେମେନ୍ଦ୍ର ପ୍ରସାଦ ମହାପାତ୍ର । ଲଗାତାର ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ହେମେନ୍ଦ୍ର । ୧୯୬୧, ୬୭, ଓ ୭୧ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେମେନ୍ଦ୍ରଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ଏବଂ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ଲୋକ ଘରେ ପହଞ୍ଚିଛନ୍ତି।ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀରେ ତିନି ଥର ବିଧାୟକ ଥିଲେ ହେମେନ୍ଦ୍ର ପ୍ରସାଦ ମହାପାତ୍ର। ସେ ୧୯୬୧ରୁ ୧୯୭୩ ମସିହା ପର୍ୟ୍ୟନ୍ତ ସ୍ୱତନ୍ତ୍ର ଓ ଗଣପରିଷଦରୁ ତିନି ଥର ବଣାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବହୁ ବିଶିଷ୍ଟ ଲୋକ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଡିଇଓ

ବେଗୁନିଆ : ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପାରେଟର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ଡାଟା ଏଣ୍ଟ୍ରି ଅପାରେଟର ସ୍ମୃତି ଜୟସିଂହଙ୍କୁ ଧରିଛି ଭିଜିଲାନ୍ସ ।...

ADVERTISEMENT

Login