ନୂଆଦିଲ୍ଲୀ ; ଅପରେସନ୍ ସିନ୍ଦୂର ପରେ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଅମିତ ଶାହ । ପାକିସ୍ତାନ ଓ ନେପାଳ ସୀମାନ୍ତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଓ ଉପ-ରାଜ୍ୟପାଳଙ୍କ ସହ ବୈଠକ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଏହି ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁକାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକିମ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ଲଦାଖର ଉପ-ରାଜ୍ୟପାଳ ସାମିଲ ହୋଇଥିଲେ । ବୈଠକରେ ଏୟାରଷ୍ଟ୍ରାଇକ୍ ପରର ସ୍ଥିତିକୁ ନେଇ ଆଲୋଚନା କରାଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଶାହ । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଶାହ। ଯେକୌଣସି ପରିସ୍ଥିତିରେ କିଛି ବି ହୋଇପାରେ । କେତେବେଳେ ବି ଆଟାକ୍ ହୋଇପାରେ । ତେଣୁ ସମସ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Views: 71