The Ultimate Managed Hosting Platform
ADVERTISEMENT

ବଢୁଛି ପରିବା ଦର , ଟମାଟୋ ଦର ୧୦୦ଟଙ୍କା ଟପିଥିବା ବେଳେ ବିନ୍ସ ଦର ଛୁଇଁଛି ୨୫୦

Facebook
Twitter
LinkedIn

ଭୁବନେଶ୍ୱର : ବଢିବାରେ ଲାଗିଛି ପରିବା ଦର। ପୁରା ହାଣ୍ଡିଶାଳରେ ମାଡ ହେଉଛି । ଦର ବୃଦ୍ଧି ଯୋଗୁଁ ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ। ନିମ୍ନ ମଧ୍ୟବିତ୍ତ ପରିବାରର ଲୋକେ ପରିବା କିଣିବାକୁ ଆଗରୁ ଦଶ ଥର ଭାବୁଛନ୍ତି। ରାଜ୍ୟରେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି। ଯେଉଁ ଟମାଟୋ ମାସକ ତଳେ ୨୦/ ୩୦ ଟଙ୍କା ଥିଲା ହଠାତ୍ ତାହାର ଦର ଏତେମାତ୍ରାରେ ବୃଦ୍ଧି ପାଇବା ଦ୍ୱାରା ଗରିବ ଖାଉଟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେବେ କେବଳ ଟମାଟୋ ନୁହେଁ ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ବେଶ୍ ବୃଦ୍ଧି ପାଇଛି । ଝୁଡଙ୍ଗ କିଲୋ ପିଛା ୧୬୦ ଟଙ୍କା ରହିଥିବା ବେଳେ ବିନ୍ସ କିଲୋ ପିଛା ୨୫୦ ଟଙ୍କା ରହିଛି । ସେହିଭଳି ଭେଣ୍ଡି ୧୦୦, ପୋଟଳ ୮୦, କାକୁଡି ୮୦, କଲରା ୮୦, ଗାଜର ୫୦, ଜହ୍ନି ୮୦ ଟଙ୍କାରେ ବିକ୍ରୀ ହେଉଛି । ବଜାରରେ ଅଧିକାଂଶ ପରିବା ଦର ୮୦ ଛୁଇଁଛି । ବର୍ଷା ବାଧକ ସାଜିଥିବା ଯୋଗୁ ପରିବା ଦର ବଢୁଥିବା କୁହାଯାଉଛି । ପରିବା ଦର ବଢିବା ଫଳରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login