ଭୁବନେଶ୍ୱର : ଆବଶ୍ୟକ ହେଲେ ବଢିବ ଯୁକ୍ତ ୨ ସିଟ୍ ସଂଖ୍ୟା । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଯେଉଁ ଜିଲ୍ଲାରେ ଆବଶ୍ୟକ ପଡିବ , ସିଟ ବଢାଯିବ । ଏ ବର୍ଷ ରେକର୍ଡ ସଂଖ୍ୟକ ପିଲା ପାସ କରିଥିବାରୁ ଚିନ୍ତା ବଢିଛି । ପିଲାଙ୍କ ଅସୁବିଧା ନ ହେବା ଭଳି ପଦ କ୍ଷେପ ନିଆଯିବ । ସିଟ୍ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ । ମାଟ୍ରିକରେ ୫ ଲକ୍ଷ ୧୨ ହଜାର ପିଲା ପାସ କରିଛନ୍ତି । ଯୁକ୍ତ ୨ ପ୍ରଥମ ବର୍ଷରେ ୫ ଲକ୍ଷ ୯ ହଜାର ସିଟ୍ ଅଛି ।
Views: 78