The Ultimate Managed Hosting Platform
ADVERTISEMENT

ବଢିବ ବିଏମସି ପରିସର, ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର କିଛି ଗାଁ ମିଶିବେ

Facebook
Twitter
LinkedIn

ଭୁବନେଶ୍ୱର : ବଢିବ ଭୁବନେଶ୍ୱର ମହାନଗର ନିଗମର ପରିସର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା । ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ବିଏମସି କମିଶନର ଚଞ୍ଚଳ ରଣା କହିଛନ୍ତି । ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର କିଛି କିଛି ଗାଆଁ ବିଏମସି ରେ ସାମିଲ ହୋଇପାରନ୍ତି । ଏନେଇ ବିଚାରବିମର୍ଶ ଚାଲିଛି । ଏଥିପାଇଁ ଅନେକ ଗାଁ ନିଜ ନିଜର ସମସ୍ତ ତଥ୍ୟ ଭୁବନେଶ୍ୱର ମହାନଗର ନିଗମକୁ ପ୍ରଦାନ କରିଛନ୍ତି । ଏହାକୁ ନେଇ ଏବେ ବିଏମସି ସ୍ତରରେ ବିଚାରବିମର୍ଶ କରାଯାଉଛି । କେତେ ଏରିଆ ଯୋଡ଼ିହେବ, ମେଣ୍ଟେନାନ୍ସ ଓ ସର୍ଭିସ୍ ପାଇଁ କେତେ ଖର୍ଚ୍ଚ ହେବ ତାକୁ ନେଇ ବୈଠକ ହେବ । ଏହି ଏକ୍ସଟେନସନ୍ ଯୋଗୁ ବାର୍ଷିକ କେତେ ଅଧିକ ଖର୍ଚ୍ଚ ହେବ ତାକୁ ନେଇ ଆଲୋଚନା ହେବ । ତାହାପରେ ବିଏମସି ପକ୍ଷରୁ ସବୁ ତଥ୍ୟ ସରକାରଙ୍କୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ଚଞ୍ଚଳ ରଣା । ସେହିଭଳି ଭୁବନେଶ୍ୱରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୩ ୱାର୍ଡକୁ ବ୍ୟାପକ କରାଯିବ । ଆଗକୁ ଆହୁରି ନୂଆ ୩ ୱାର୍ଡକୁ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login