ନୂଆଦିଲ୍ଲୀ : କାନାଡାରେ ଗତ କିଛି ବର୍ଷ ଧରି ଖଲିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଲଗାତାର କିଛି ଦିନ ଧରି ଭାରତ ବିରୋଧରେ ବିଷ ଓଗାଳୁଛି ।ବର୍ତ୍ତମାନ ଖଲିସ୍ତାନୀ ଆତଙ୍କବାଦୀ ସମୂହ ଏସଏଫଜେ(ଶିଖ ଫର ଜଷ୍ଟିସ) ଆସନ୍ତାକାଲି ଅର୍ଥାତ ୧୮ ତାରିଖ ଦିନ ବ୍ୟାଙ୍କୁବରରେ ଥିବା ଭାରତୀୟ ଦୂତାବାସ ଘେରାଉ କରିବା ନେଇ ଘୋଷଣା କରିଛି । ଏସଏଫଜେ ନିଜର ସମସ୍ତ ପୋଷ୍ଟରରେ ଭାରତର ନବ ନିଯୁକ୍ତ ଉଚ୍ଚାୟୁକ୍ତ ଦିନେଶ ପଟ୍ଟନାୟକଙ୍କୁ ଗନ୍ ପଏଣ୍ଟରେ ଟାର୍ଗେଟ କରିଥିବା ଦେଖାଯାଇଛି । ଏସଏଫଜେ ଏକ ବୟାନ ଜାରି କରି କହିଛି କି , ସମସ୍ତ ଭାରତୀୟ-କାନାଡା ବାସୀ ୧୮ ତାରିଖ ଦିନ ଭାରତୀୟ ବାଣିଜି୍ୟକ ଦୂତାବାସ ଠାରେ ପହଁଚିବାକୁ । ନିଜର ପ୍ରୋପାଗଣ୍ଡା ଲେଟରରେ ଏହା ଲେଖାଯାଇଛି କି , ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡ୍ରୋ ସଂସଦକୁ କହିଛନ୍ତି କି ୨ ବର୍ଷ ପୂର୍ବରୁ ୧୮ ସେପ୍ଟେମ୍ବର ୨୦୨୩ରେ ହୋଇଥିବା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କର ହାତ ରହିଛି । ୨ ବର୍ଷ ପରେ ମଧ୍ୟ ଭାରତୀୟ ବାଣିଜ୍ୟ ଦୂତାବାସ ଖଲିସ୍ତାନୀ ଜନମତ ସଂଗ୍ରହର ପ୍ରଚାରକଙ୍କୁ ଟାର୍ଗେଟରେ ରଖିଥିବା ବେଳେ ଏହାର ନେଟବ୍ୱର୍କ ଉପରେ ମଧ୍ୟ ନଜର ରଖିଛି ।
ବଡ ଧମକ ଦେଲା ଖଲିସ୍ତାନୀ , ବ୍ୟାଙ୍କୁବରରେ ଥିବା ଭାରତୀୟ ଦୂତାବାସକୁ ଘେରାଉ କରିବାକୁ ଘୋଷଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











