ଜମ୍ମୁ : ବଡ ଆତଙ୍କୀ ଯୋଜନାକୁ ପଣ୍ଡ କଲା ଜମ୍ମୁକାଶ୍ମୀର ପୋଲିସ । ଫରିଦାବାଦରୁ ୩୦୦ କିଲୋ ଆରଡିଏକ୍ସ, ଏକେ-୪୭ ସହ ଗୋଳାବାରୁଦ ଜବତ । ଟେରର ଲିଙ୍କରେ ଗିରଫ ଡାକ୍ତର ଆଦିଲ ଅହମ୍ମଦ ସୂଚନା ଆଧାରରେ ରେଡ ହୋଇଛି । ଫରିଦାବାଦର ଏକ ଭଡା ଘରେ ଆରଡିଏକ୍ସ ଓ ବିସ୍ଫୋରକ ସାମଗ୍ରୀ ରଖିଥିଲା ଆଦିଲ । ଆଦିଲକୁ ଜେରା ପରେ ଆଉ ଜଣେ ଡାକ୍ତରଙ୍କ ଲିଙ୍କ ଥିବା ସାମ୍ନାକୁ ଆସିଛି । ଆତଙ୍କୀ ଲିଙ୍କ୍ ଅଭିଯୋଗରେ ଡାକ୍ତର ଆଦିଲକୁ ଗିରଫ କରାଯାଇଛି। ତେବେ ଏ ମାମଲାରେ ପୁଲୱାମା ଜିଲ୍ଲାର ମୁଜାମିଲ ସକିଲ ନାମକ ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଇଛି। ଫରିଦାବାଦରୁ ଜବତ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାରେ ଡାକ୍ତର ମୁଜାମିଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଛି । ଉଭୟ ଡାକ୍ତର ଏବେ ଜମ୍ମୁ ଓ କାଶ୍ମୀର ପୋଲିସ ହେପାଜତରେ ଅଛନ୍ତି।
Views: 33











