ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରି । କୁହୁଡି ସାଙ୍ଗକୁ ହାଡଭଙ୍ଗା ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ବଡ଼ଦିନରୁ ଆହୁରି ବଢ଼ିବ ଶୀତ। ସାରା ରାଜ୍ୟରେ ଘନ କୁହୁଡି ସାଙ୍ଗକୁ ଶୀତ । ଘନ କୁହୁଡ଼ି ସାଙ୍ଗକୁ ଶୀତରେ ଥରୁଛି ସୁବର୍ଣ୍ଣପୁର। ରାସ୍ତାଘାଟ ଶୂନଶାନ । ଶୀତ ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଦିନ ତମାମ ଶୀତ ଓ ଜାଡ ରହୁଥିବାରୁ ଲୋକେ ଘରୁ ବହାରିବା ସମୟରେ ସାଲ,ସିଉଟର,ମଫୁଲର ଓ ଗ୍ଲୋବ ପିନ୍ଧି ବାହାରୁଛନ୍ତି । ସେହପିରି ଜାଡ ରହୁଥିବାରୁ ଦିନ ତମାମ ଶୀତବସ୍ତ୍ର ପିନ୍ଧି ରହିବାକୁ ପଡୁଛି। ଶ୍ରମଜୀବିମାନେ ମଧ୍ୟ ଶୀତ ପାଇଁ ସକାଳୁ ସକାଳୁ କାମକୁ ଯାଇପାରୁନାହଁନ୍ତି ।
Views: 60











